Friday, January 31, 2025
spot_imgspot_imgspot_imgspot_img
Homeମନୋରଞ୍ଜନଅଲଗା ହେଲେ ଧନୁଷ- ଐଶ୍ବର୍ଯ୍ୟା

ଅଲଗା ହେଲେ ଧନୁଷ- ଐଶ୍ବର୍ଯ୍ୟା

ଅଲଗା ହେଲେ ଧନୁଷ- ଐଶ୍ବର୍ଯ୍ୟା

ଧନୁଷ ଓ ଐଶ୍ବର୍ଯ୍ୟାଙ୍କୁ ନେଇ ଆସିଲା ବଡ ଖବର । ଶେଷରେ ଅଲଗା ହେଲେ ଏହି ଦମ୍ପତ୍ତି । ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଛାଡପତ୍ର ମାମଲା ତିନିଥର ଶୁଣାଣି ହୋଇସାରିଛି। କିନ୍ତୁ ଧନୁଷ ଏବଂ ଐଶ୍ୱର୍ଯ୍ୟା କୌଣସି ସେଶନରେ ଯୋଗ ଦେଇନଥିଲେ।ଐଶ୍ୱର୍ଯ୍ୟା ଗୁରୁବାର କୋର୍ଟରେ ହାଜର ହୋଇଥିଲେ ଯାହା ପରେ ବିଚାରପତି ନଭେମ୍ବର ୨୭ ପାଇଁ ଶୁଣାଣି ସ୍ଥିର କରିଥିଲେ। ବର୍ତ୍ତମାନ ସାଉଥ ଅଭିନେତା ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ଛାଡପତ୍ର ହୋଇଛି। ବିବାହର ୨୦ ବର୍ଷ ପରେ ଦମ୍ପତିଙ୍କର ଏବେ ରାସ୍ତା ଅଲଗା ହୋଇଯାଇଛି। ଦୁଇ ବର୍ଷ ପୂର୍ବେ ଅଲଗା ହେବା ଘୋଷଣା କରିବା ପରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ବର୍ତ୍ତମାନ କୋର୍ଟରୁ ଛାଡପତ୍ର ପାଇଛନ୍ତି। ପ୍ରକାଶିତ ଖବର ଅନୁଯାୟୀ ଚେନ୍ନାଇ ପରିବାର କଲ୍ୟାଣ କୋର୍ଟ ଏହି ଦମ୍ପତିଙ୍କ ଛାଡପତ୍ରକୁ ମଞ୍ଜୁର କରିଛନ୍ତି । ଏହି ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ଫ୍ୟାନ୍ସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments